ବାଥଟବ୍‌ରେ କିଆରାଙ୍କ ସହ ବିକ୍କିଙ୍କ ରୋମାନ୍ସ

ବମ୍ବେ: ସ୍ତ୍ରୀ ନୁହନ୍ତି, ବାଥ୍‌ଟବ୍‌ରେ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଅଭିନେତା ବିକ୍କି କୌଶଳ। ହେଲେ ସବୁକିଛି ତାଙ୍କର ଆଗାମୀ ଫିଲ୍ମ ‘ଗୋବିନ୍ଦା ନାମ ମେରା’ ଲାଗି। ଫିଲ୍ମରେ ଏହି ଅନ୍‌ସ୍କ୍ରିନ କପଲ୍‌ ବୋଲ୍ଡ ଦୃଶ୍ୟରେ ଅଭିନୟ କରିଛନ୍ତି। ଏହାକୁ ନେଇ କଟ୍ରିନାଙ୍କ ପ୍ରଶଂସକ ତାଙ୍କୁ ଚିଡ଼ାଉଥିବା ଦେଖାଯାଉଛି।

ନିକଟରେ ‘ଗୋବିନ୍ଦା ନାମ ମେରା’ ଫିଲ୍ମର ଏକ ରୋମାଣ୍ଟିକ୍‌ ଗୀତର ଟିଜର ରିଲିଜ କରାଯାଇଛି। ଏଥିରେ କିଆରାଙ୍କ ସହ ରୋମାନ୍ସ କରିଛନ୍ତି ବିକ୍କି। ଇନ୍‌ଷ୍ଟାଗ୍ରାମରେ ଅଭିନେତା ଏହି ଟିଜର ଶେୟାର କରିବା ପରେ କଟ୍ରିନାଙ୍କ ପ୍ରଶଂସକ ତାଙ୍କୁ ଚିଡ଼ାଉଛନ୍ତି। ଭାଉଜ ଦେଖି ଇର୍ଷା କରିବେ, ରାଗିବେ ବୋଲି ଅନେକ କହୁଛନ୍ତି।

Share