ଏହି କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି ଭିକ୍କି କୌଶଲ

ମୁମ୍ବାଇ: କ୍ରିକେଟ ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି। ରବିବାର କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ରିକେଟ ବିଷୟରେ କହିଥିଲେ। ଯେତେବେଳେ କମେଣ୍ଟେଟର ତାଙ୍କୁ ପଚାରିଥିଲେ କେଉଁ କ୍ରିକେଟରଙ୍କ ବାୟୋପିକ ସେ କରିବାକୁ ଚାହୁଁଛନ୍ତି। ସେ ଏହାର ଏକ ମଜାଳିଆ ଉତ୍ତର ଦେଇଥିଲେ।
ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଭିକ୍କିଙ୍କ ସହ କମେଣ୍ଟ୍ରି ବକ୍ସରେ ବସିଥିଲେ। ଯେତେବେଳେ ଅଭିନେତାଙ୍କୁ କୌଣସି କ୍ରିକେଟରଙ୍କ ବାୟୋପିକ ବିଷୟରେ ପଚରାଗଲା, ସେ କହିଥିଲେ – ଲୋକମାନେ ମୋତେ ରିଭ୍ୟୁରେ କୁହନ୍ତି ଯେ ତୁମେ ଗମ୍ଭୀର ଭୂମିକାରେ ଭଲ ଦେଖାଯାଉଛ। ଏହି ସମୟରେ ଗୌତମ ଗମ୍ଭୀର ତାଙ୍କ ପାଖରେ ବସିଥିଲେ।

ଭିକ୍କିଙ୍କ ଏହି ବୟାନର ଉତ୍ତରରେ ଗମ୍ଭୀର କହିଛନ୍ତି ଯେ ଆପଣ ପିନ୍ଧିଥିବା ପୋଷାକ ବହୁତ ଭଲ କାରଣ ମୋ ଜୀବନ ବ୍ଲାକ ଆଣ୍ଡ ହ୍ବାଇଟ। ତେଣୁ ଅନ୍ତତଃପକ୍ଷେ ଆପଣ କଳା ରଙ୍ଗର ପୋଷାକ ପିନ୍ଧୁଛନ୍ତି। ଏହା ଉପରେ ଅଭିନେତା କହିଛନ୍ତି- ମୁଁ ପ୍ରସ୍ତୁତି ଆରମ୍ଭ କରିଛି। ବଲିଉଡର ଏହି ଅଭିନେତାଙ୍କୁ ଲମ୍ବା ଦାଢି ଏବଂ କଳା ଟି-ସାର୍ଟ ସହିତ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା।
ଏହି ସମୟରେ କମେଣ୍ଟ୍ରେଟର କହିଥିଲେ, ଗମ୍ଭୀର, ତୁମେ ତୁମର ବାୟୋପିକର ଅଧିକାର କାହାକୁ ଦେଇ ଦେଇ ନ ତ। ଏହାର ଉତ୍ତରରେ ଗମ୍ଭୀର ଏକ ହାଲୁକା ସ୍ବରରେ କହିଛନ୍ତି ଯେ ମୋ ଜୀବନରେ ଫିଲ୍ମ କରିବା ପୂର୍ବରୁ ଆପଣଙ୍କୁ ଜଣେ ଆଡଭୋକେଟ ହେବାକୁ ପଡିବ।

Share