ବିୟର ଗ୍ରିଲ୍ସଙ୍କ ସହ ଆକ୍ସନ କରିବେ ଭିକ୍କି କୌଶଲ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କୁ ଦର୍ଶକେ ଏପର୍ଯ୍ୟନ୍ତ ଫିଲ୍ମରେ ଷ୍ଟଣ୍ଟ କରୁଥିବା ଦେଖୁଥିଲେ । ହେଲେ ଏଥର ରିୟଲ ଲାଇଫରେ ଭିକ୍କି ଷ୍ଟଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି । କଥା ହେଲା ଭିକ୍କି ବିୟର ଗ୍ରିଲ୍‌ସଙ୍କ ସହ ଶୋ’ ‘ଇନ ଟୁ ଦ ୱାଲଡ’ରେ ନଜର ଆସିବେ । ଏହାକୁ ନେଇ ଭିକ୍କି ଏକ ପୋଷ୍ଟର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିକ୍କିଙ୍କ ସ୍ପେଶାଲ ଏପିସୋଡର ପ୍ରିମୟର ୧୨ ନଭେମ୍ବରକୁ ଡିସକଭରି ପ୍ଲସରେ ଦେଖାଯିବ । ଫ୍ୟାନ୍ସ ଭିକ୍କି ଓ ବିୟରଙ୍କୁ ଏକାଠି ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Share