ଓସ୍କାର ଦୌଡ଼ରୁ ବାଦ ପଡ଼ିଲା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । କିନ୍ତୁ ଫିଲ୍ମ ର୍ନିମାଣକାରୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି ।

ଫିଲ୍ମ‘ସର୍ଦ୍ଦାର ଉଦ୍ଧମ’ ଆମାଜନ ପ୍ରାଇମ୍‌ରେ ରିଲିଜ ହେବା ପରେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଓସ୍କାରରୁ ବାଦ ପଡିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଭିନୀତ ଫିଲ୍ମ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ’ ଓସ୍କାର ପାଇଁ ଏ ବର୍ଷ ମନୋନୀତ ହୋଇଥିଲେ।

Share