ପ୍ରଥମ ଥର ପରଦାରେ ରୋମାନ୍ସ କରିବେ ବିକି-ସାରା

 

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଏବଂ ସାରା ଅଲି ଖାନ ପ୍ରଥମ ଥର ଅନସ୍କ୍ରିନରେ ରୋମାନ୍ସ କରୁଥିବା ନଜର ଆସିବେ। ଶେଷରେ ତାଙ୍କ ଫିଲ୍ମର ଟାଇଟଲ ସାମ୍ନାକୁ ଆସିଛି। ବୁଧବାର, ଜିଓ ଷ୍ଟୁଡିଓ ଏହାର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିଛ। ଏହି ସମୟରେ ବିକି ଏବଂ ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟଲ ମଧ୍ୟ ଘୋଷଣା କରାଯାଇଥିଲା। ତେବେ ବିକି-ସାରାଙ୍କ ଅପକମିଙ୍ଗ୍‌ ଫିଲ୍ମର ନାମ ହେଉଛି ‘ଜରା ହଟ୍‌କେ ଜରା ବଚ୍‌କେ’। ଏହାକୁ ଲକ୍ଷ୍ମଣ ଉଟେକର ନିର୍ଦ୍ଦେଶନା ଦେଇଛନ୍ତି।

ନିକଟରେ ଫିଲ୍ମର ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋଗୁଡ଼ିକରେ ସାରା ଏକ ସୁନ୍ଦର ଶାଡୀ ପିନ୍ଧି ମଙ୍ଗଲସୁତ୍ର ଏବଂ ଚପଲ ପିନ୍ଧିଥିବାର ନଜର ଆସିଥିବା ବେଳେ ବିକି ମଧ୍ୟ ଏକ କାଜୁଆଲ ପୋଷାକରେ ବାଇକ୍‌ ଚଳାଉଥିବାର ନଜର ଆସିଥିଲେ।

Share