ବଲିଉଡ୍ ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ସମୟରେ ଭିକିଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କମେଡି କିଙ୍ଗ୍ କପିଲ ଶର୍ମା ଭିକିଙ୍କୁ କାଟ୍ରିନାଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ, ଯାହା ଶୁଣି ସେ ଲାଜରେ ଲାଲ ପଡିଯାଇଥିଲେ।
ଥରେ ଭିକି ନିଜ ଅଭିନୀତ ଫିଲ୍ମ ‘ଭୁତ୍’ର ପ୍ରମୋଶନ ପାଇଁ ଦି କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ। ଶୋ’ରେ କପିଲ ଭିକିଙ୍କୁ ପଚାରଥିଲେ, ଆଜିକାଲି ଯଦି କ୍ୟାଟ୍(ବିଲେଇ) ରାସ୍ତା ଅତିକ୍ରମ କରୁଛି, ତେବେ ତୁମେ କ୍ୟାଟ୍ଙ୍କୁ ପସନ୍ଦ କରୁଥିବାରୁ ତୁମେ କିଛି ଭାବୁନାହଁ? କପିଲଙ୍କ ଏହି ପ୍ରଶ୍ନ ଶୁଣିବା ପରେ ଭିକି କିଛି ସମୟ ଶାନ୍ତ ରହିଥିଲେ। ଏହା ଦେଖି ଦର୍ଶକମାନେ ହସିବାକୁ ଲାଗିଲେ, ଭିକିଙ୍କ ମୁହଁ ଲାଜ ସ୍ପଷ୍ଟ ଦେଖାଯାଉଥିଲା। ସେ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ,କିନ୍ତୁ କିଛି ସମୟ ଶାନ୍ତ ରହିବା ପରେ ସେ ହସି ହସି କହିଥିଲେ, ଏହା ଏକ ଭୟଙ୍କର ପ୍ରଶ୍ନ ଥିଲା।
ଭିକି ଏବଂ କାଟ୍ରିନାଙ୍କ ବିବାହ ରୀତିନୀତି ଆସନ୍ତା ୭ ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ୯ରେ ରାଜସ୍ଥାନର ସୱାଇ ମାଧୋପୁରରେ ଅବସ୍ଥିତ ସିକ୍ସ ସେନ୍ସ ଦୁର୍ଗରେ ଏହି ଯୋଡି ସାତ ଫେରା ନେବେ।