ବିବାହକୁ ନେଇ ଭିକିଙ୍କ ବଡ଼ ଖୁଲାସା: ଏମିତି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭିକି କୌଶାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିଛନ୍ତି। ତେବେ ବିବାହକୁ ନେଇ ଏବେ ଭିକି ବଡ଼ ଖୁଲାସା କରିଛନ୍ତି ।
ଭିକିଙ୍କ ଲାଗି କ୍ୟାଟ୍ରିନାଙ୍କୁ ବିବାହ ପାଇଁ ମନାଇବା ଏତେ ସହଜ ନ ଥିଲା। ବିବାହ ପୂର୍ବରୁ ଭିକିଙ୍କ ସାମ୍ନାରେ ଏକ ବଡ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ଏହି ସର୍ତ୍ତକୁ ପୂରଣ କରିବା ପରେ ହିଁ ସେ ଭିକିଙ୍କ ସହ ବିବାହ କରିବାକୁ ରାଜି ହେବି ବୋଲି କହିଥିଲେ। କ୍ୟାଟ୍ରିନା କହିଥିଲେ, ତାଙ୍କ ମା’, ଭଉଣୀ ଏବଂ ପୂରା ପରିବାରକୁ ସେ ଯେପରି ଭଲ ପାଆନ୍ତି ଭିକି ମଧ୍ୟ ସେମିତି ଭଲ ପାଇବେ। ଯାହାପରେ କ୍ୟାଟ୍ରିନା ବିବାହ ପାଇଁ ରାଜି ହୋଇଥିଲେ। ସୋସିଆଲ ମିଡିଆରେ ବିକ୍କି ଓ କ୍ୟାଟ୍ରିନା ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ସେମାନେ ଗୋଟିଏ ପରେ ଗୋଟିଏ ଫଟୋ ଫ୍ୟାନମାନଙ୍କ ପାଇଁ ଶେୟାର କରୁଛନ୍ତି। ଏବେ ପୁଣି ପ୍ରି-ୱେଡିଂ କିଛି ଫଟୋ ସାମ୍ନାକୁ ଆସିଛି। ଏଥିରେ କ୍ୟାଟ୍ରିନା ଏବଂ ଭିକି ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି।

Share