କାଟ୍ରିନାଙ୍କ ସହ ବିବାହକୁ ନେଇ ଏମିତି କହିଲେ ଭିକିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌

ମୁମ୍ବାଇ: ଆଜିକାଲି ଭିକି କୌଶଲ-କାଟ୍ରିନା କୈଫ୍‌ଙ୍କ ଯୋଡ଼ି ଚର୍ଚ୍ଚାରେ ରହିଛି। ଏହା ବି ଶୁଣିବାକୁ ମିଳିଛି କି ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଭିକି-କାଟ୍ରିନାଙ୍କ ନାମ ସହିତ ଏବେ ଆଉ ଏକ ନାଁ ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ହର୍ଲିନ ସେଠୀ। କୁହାଯାଉଛି ସେ ଭିକିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌। ଭିକି ଏବଂ ହର୍ଲିନ ବହୁତ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ମାତ୍ର ଏମାନଙ୍କ ସମ୍ପର୍କ ଅଧିକ ସମୟ ଚାଲିପାରି ନ ଥିଲା। ଯାହା ପରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇଯାଇଥିଲେ।

ବ୍ରେକ୍‌ଅପ୍‌ ପରେ ଭିକି ଏବଂ ହର୍ଲିନ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ। ଏକ୍ସ ବୟଫ୍ରେଣ୍ଡ ଏବଂ କାଟ୍ରିନାଙ୍କ ବିବାହକୁ ନେଇ ହର୍ଲିନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ବିବାହକୁ ନେଇ ସେ ଆଦୌ ବିଚଳିତ ନୁହନ୍ତି। ହର୍ଲିନ ନିଜ ଜୀବନରେ ଆଗକୁ ବଢ଼ିଚାଲିଛି। ଏବେ ମୁଁ ମୋ କାମରେ ବ୍ୟସ୍ତ। ତେଣୁ ଏଥିରେ ମୋର କିଛି ଯାଏ ଆସେ ନାହିଁ।

Share