Categories: ଜାତୀୟ

ମଧ୍ୟପ୍ରଦେଶ ପରିସ୍ରା କାଣ୍ଡ: ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ସରକାରଙ୍କୁ ଦାବି କଲେ ପୀଡିତ

ଭୋପାଳ,୮।୭: ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରିବାକୁ ଶିବରାଜ ସିଂ ଚୌହାନ ସରକାରଙ୍କୁ ଦାବି କରିଛନ୍ତି ପୀଡିତ। ପୀଡିତ ଆଦିବାସୀ କହିଛନ୍ତି, ଅଭିଯୁକ୍ତ ତାଙ୍କ ଭୁଲ ବୁଝିଛନ୍ତି।

ବୁଧବାର ଦିନ ଆଦିବାସୀ ସମ୍ପ୍ରଦାୟର ପୀଡିତା ଦାଶମତ ରାୱତଙ୍କ ଉପରେ ପରିସ୍ରା କରୁଥିବା ଅଭିଯୁକ୍ତ ପ୍ରଭେଶ ଶୁକ୍ଲାଙ୍କୁ ପୋଲିସ ବୁଧବାର ଗିରଫ କରିଛି। ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା।

ସୂଚନାଯୋଗ୍ୟ, ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ନେଇ ଭାଜପା ଡ୍ରାମା କରୁଛି ବୋଲି କଂଗ୍ରେସ ଏହାକୁ ନେଇ ଟାର୍ଗେଟ କରିଛି। ଭାଜପା ନିର୍ବାଚନରେ କ୍ଷମତା ହାତେଇବା ନେଇ ଆଦିବାସୀଙ୍କୁ ଲୋକଦେଖାଣିଆ ସେବା କରୁଛି ବୋଲି ଚର୍ଚ୍ଚା କରାଯାଉଛି।

Share