Categories: ଜାତୀୟ

ପୀଡ଼ିତାଙ୍କ ଭାଇ, ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ହୋଇଥିଲା ୫ ଘଣ୍ଟା କଥାବାର୍ତ୍ତା

ଲକ୍ଷ୍ନୌ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ଘଟଣାରେ ନୂଆ ନୂଆ ଖବର ମିଳିବାରେ ଲାଗିଛି। ଏବେ କୁହାଯାଉଛି ଯେ, ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ୫ ଘଣ୍ଟା କଥାବାର୍ତ୍ତା ହୋଇଥିଲା। ଅଭିଯୁକ୍ତ ସନ୍ଦୀପ୍‌ ଏବଂ ପୀଡ଼ିତାଙ୍କ ଘର ମଧ୍ୟରେ ଦୂରତା ମାତ୍ର ୨୦୦ ମିଟର। ୨୦୧୯ ଅକ୍ଟୋବର ୧୩ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ ସନ୍ଦୀପ୍‌ ଫୋନ୍‌ରେ ୧୦୪ ଥର କଥାବାର୍ତ୍ତା ହୋଇଛନ୍ତି। ଏହା ଉଭୟଙ୍କର କଲ୍‌ ଡିଟେଲ୍ସ୍‌ରୁ ଜଣାପଡ଼ିଛି। ଫୋନ୍‌ରେ କଥାବାର୍ତ୍ତା ପରେ ପୀଡ଼ିତା ପରିବାର ସଦସ୍ୟଙ୍କ ବୟାନ ବାରମ୍ବାର ବଦଳିବାରେ ଲାଗିଥିଲା। ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ ଏହି ମାମଲା ଅନରକିଲିଂ ହୋଇଥାଇପାରେ ବୋଲି ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି। ପୀଡ଼ିତାଙ୍କ ପରିବାର ସଦସ୍ୟ ନାରକୋ ଟେଷ୍ଟ କରିବାକୁ ଅମଙ୍ଗ ମଧ୍ୟ ହେଉଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ପାଇଁ କରାଯାଇଥିବା ଦାବିରେ ପୀଡ଼ିତାଙ୍କ ପରିବାର ମଧ୍ୟ ସହମତି ପ୍ରକାଶ କରି ନାହାଁନ୍ତି। ଫଳରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି।

Share