ମାସ୍କ ନ ପିନ୍ଧିବାରୁ ଯୁବତୀଙ୍କ ତଣ୍ଟି ଚିପିଦେଲା ପୋଲିସ

ମେଲବୋର୍ନ, ୧୨।୮: ଅଷ୍ଟ୍ରେଲିଆରେ ଜଣେ ଯୁବତୀ ମାସ୍କ ପରିଧାନ କରି ନ ଥିବାରୁ ଜଣେ ପୋଲିସ ଅଧିକାରୀ ତାଙ୍କ ତଣ୍ଟି ଚିପିଦେଇଥିବା ଦେଖିବାକୁ ମିଳିଛି। ଏଥିସହ ପୋଲିସ ସେହି ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଜଣଙ୍କ ଯୁବତୀଙ୍କ ତଣ୍ଟି ଚିପି ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ନାପସନ୍ଦ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ସୋମବାର ଅପରାହ୍ନରେ ମେଲବୋର୍ନର କଲିଂଉଡ୍‌ସ୍ଥିତ ଓ୍ବେଲିଂଟନ୍‌ ଷ୍ଟ୍ରିଟ୍‌ରେ ଜଣେ ଯୁବତୀ ବିନା ମାସ୍କରେ ଯାଉଥିଲେ। ଏହାପରେ ଦୁଇଜଣ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଠେଲାପେଲା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଯୁବତୀଙ୍କ ତଣ୍ଟିକୁ ଧରି କାନ୍ଥରେ ଚିପି ଦେଇଥିଲେ। ଏହାପରେ ତାଙ୍କୁ ଭୂମିରେ ପକାଇ ପଛପଟୁ ମାଡ଼ି ବସି ଗିରଫ କରିଥିଲେ। ଯୁବତୀ ଜଣଙ୍କ ତାଙ୍କୁ ଅଣନିଶ୍ୱାସୀ ଲାଗୁଛି ବୋଲି କହିଥିଲେ ମଧ୍ୟ ପୋଲିସ ଅଧିକାରୀଜଣଙ୍କ ସେମିତି ତଣ୍ଟି ଚିପି ଧରିଥିଲେ। ଗିରଫଦାରୀକୁ ବିରୋଧ କରିବା ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନେକ ପସନ୍ଦ କରିନାହାନ୍ତି। ଏହାର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟେସଲା କାରକୁ ଭଙ୍ଗାରୁଜା କଲେ ମିଳିବ କଠୋର ଦଣ୍ଡ’, କାହିକିଁ ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟେସଲା କାର ଭଙ୍ଗାରୁଜା କରୁଥିବା ଲୋକଙ୍କୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ସେ ଟ୍ରୁଥ...

ଏସବୁ ମୁସଲିମ ଦେଶରେ ଭରି ରହିଛି ସୁନାଖଣି, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୩: ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କା ଅତିକ୍ରମ କରିଛି। ସୁନା ମୂଲ୍ୟ ପୂର୍ବରୁ କେବେ 90,000 ଟଙ୍କା ଅତିକ୍ରମ...

ସୁନିତା ୱିଲିୟମ୍ସ-ବୁଚ ୱିଲମୋରଙ୍କୁ ମିଳିବନି ଓଭରଟାଇମ ପେମେଣ୍ଟେ: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୨୧।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ମହାକାଶରେ ଅଧିକ ସମୟ ବିତାଇବା ପାଇଁ କୌଣସି ଓଭରଟାଇମ ପେମେଣ୍ଟେ ଦିଆଯିବ...

ହାସିନାଙ୍କ ପାର୍ଟି ଉପରେ ପ୍ରତିବନ୍ଧକକୁ ନେଇ ବଡ଼ ଘୋଷଣା କଲେ ୟୁନୁସ

ଢାକା,୨୧।୩: ଦେଶର ନିର୍ବାଚନକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମତ ନରମ ହେଉଥିବା...

ଭାରତର ପଡ଼ୋଶୀ ଦେଶରେ ଶକ୍ତିଶାଳୀ ଭୂକମ୍ପ: ଘରୁ ବାହାରକୁ ଦୌଡିଲେ ଲୋକେ

କାବୁଲ,୨୧।୩: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ଆଫଗାନିସ୍ତାନରେ...

“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ

ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର...

ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image