ଟ୍ରମ୍ପ ହାରିବା ନିଶ୍ଚିତ: ସ୍ୱାସ୍ଥ୍ୟ-ଅର୍ଥବ୍ୟବସ୍ଥା ଉପରେ କାମ ଆରମ୍ଭ କଲେ ବାଇଡେନ!

ୱାଶିଂଟନ,୭ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପରେ ବି ଫଳାଫଳ ସ୍ପଷ୍ଟ ହୋଇ ପାରିନାହିଁ । ଭୋଟ ଗଣନା ବେଳେ ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି । ତେବେ ନିଜର ବିଜୟ ସୁଚିଶ୍ଚିତ ବୋଲି ଧରିନେଇ ରାଷ୍ଟ୍ର୍ରପତି ପ୍ରାର୍ଥୀ ବାଇଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ ସ୍ୱାସ୍ଥ୍ୟ ଓ ଅର୍ଥବ୍ୟବସ୍ଥା ଉପରେ କାମ ଆରମ୍ଭ କରଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ୍ ୫୩୮ ଇଲୋକ୍ଟରାଲ କଲେଜ ଭୋଟ ମଧ୍ୟରୁ ୨୬୪ ହାସଲ କରିଛନ୍ତି । ୨୭୦ ମ୍ୟାଜିକ୍ ନମ୍ବରରେ ପହଞ୍ଚିବାକୁ ତାଙ୍କୁ ଆଉ ୬ଟି ଭୋଟ ଆବଶ୍ୟକ । ଯଦି ତାଙ୍କୁ ଆଉ ୬ଟି ଭୋଟ ମିଳିଲା ତେବେ ତୁରନ୍ତ ତାଙ୍କୁ ରାଷ୍ଟ୍ରପତି କରି ଦିଆଯିବ । ଏବେ ଦେଶରେ କରୋନା ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ପଡିଥିବା ବେଳେ ପ୍ରଥମେ ବାଇଡେନ ସ୍ୱାସ୍ଥ୍ୟ ଓ ଅର୍ଥବ୍ୟବସ୍ଥା ଉପରେ କାମ କରିବେ ବୋଲି କୁହାଯାଉଛି । ଗୋଟିଏ ପଟେ ଆମେରିକାରେ କରୋନା ସଂକ୍ରମଣରେ ଏବେବି ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଆମେରିକାବାସୀ ଏଥର ବାଇଡେନଙ୍କୁ ବାଛିବେ ବୋଲି ଆଲୋଚନା ହେଉଛି ।

Share