Categories: ଜାତୀୟ

‘ଭଲ ପାଇବାର ବିଜୟ ହୋଇଛି’

ନୂଆଦିଲ୍ଲୀ,୭ା୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରିବା ପରେ କଂଗ୍ରେସ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କଂଗ୍ରେସ ଏମ୍‌ପି ଶିଶି ଥରୁର ଏହି ଘୋଷଣା ଉପରେ ନିଜର ପ୍ରତିକ୍ରିୟା ରଖି ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିବା ସହ ଭଲ ପାଇବାର ବିଜୟ ହୋଇଛି ବୋଲି କହିଛନ୍ତି।

ସେ ଟୁଇଟ୍‌ କରି କହିଛନ୍ତି, ବହୁତ ଆନନ୍ଦରେ ରାହୁଲ ଗାନ୍ଧୀଙ୍କ ଫେରିବାକୁ ସ୍ବାଗତ କରନ୍ତୁ। ସେ ଏବେ ଲୋକ ସଭାରେ ଭାରତ ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀରେ ସେବା କରିବା ପାଇଁ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ନ୍ୟାୟ ଏବଂ ଗଣତନ୍ତ୍ର ପାଇଁ ଏକ ବିଜୟ ବୋଲି ଲେଖିଛନ୍ତି।

Share