Categories: ଜାତୀୟ

ଜ୍ଞାନକୌଶଳ ଉପରେ ବିଜୟ ଲାଭକର କିନ୍ତୁ ରୋବୋଟ ହୁଅନାହିଁ…

ନୂଆଦିଲ୍ଲୀ, ୨୮।୧୨: ଜ୍ଞାନକୌଶଳ ଉପରେ ବିଜୟଲାଭ କର କିନ୍ତୁ ରୋବୋଟ ହୁଅନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଆଇଆଇଟି କାନପୂରରୁ ଶିକ୍ଷାଲାଭ ପରେ ସେମାନେ ସୁବିଧା ସୁଯୋଗ ବଦଳରେ ସବୁବେଳେ ଆହ୍ବାନକୁ ଗ୍ରହଣ କରିବା ଆବଶ୍ୟକ। ପ୍ରତି ଆହ୍ବାନର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଅଜଣା ପ୍ରଶ୍ନର ଶ୍ରେଷ୍ଠ ଉତ୍ତର ଖୋଜ ଏବଂ ବିଶ୍ୱ ବିଜେତା ହେବାର ସ୍ବପ୍ନ ଦେଖ ବୋଲି ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀଙ୍କୁ କହିଛନ୍ତି।

 

Share