Categories: ଖେଳ

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଜିଟି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଳାଇଥିଲା। ଡିସି ଟିମ୍‌ ଅଧିନାୟକ ହେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ୱରେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଛି। ଫଳରେ ଜିଟି ପାଇ ଁବିଜୟ ଲକ୍ଷ୍ୟ ୧୬୩ ରନ ରହିଛି।

ଡିସି ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୪୭ ରନ କରିଥିବାବେଳେ, ସରଫରାଜ ଖାନ ୩୦ ,ଅଭିଷେକ ପୋରେଲ ୨୦ , ଅକ୍ଷର ପଟେଲ ୩୬ ରନ କରିଥିଲେ। ଅନ୍ୟ ବ୍ୟାଟ୍ସ ମ୍ୟାନମାନେ ୧୦ ରନ୍‌ରୁ କମ୍‌ କରିଥିଲେ।

 

Share