Categories: ଖେଳ

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ…

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତିଥିଲା। ଟସ ଜିତି ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି କୋଲକାତା ଦଳ ଅଧିନାୟକ ନୀତୀଶ ରାଣାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା। କେକେଆର ଧାର୍ଯ୍ୟ ୨୦ ଓଭରରେ ୧୭୯ ରନ କରିଛି। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ ରହିଛି।
କେକେଆର ପକ୍ଷରୁ ଏନ ଜଗଦିଶନ ୧୯, ରହମତୁଲ୍ଳା ଗୁରବାଜ ୮୧ , ଭେଙ୍କଟେଶ ଆୟାର ୧୧, ରିଙ୍କୁ ସିଂ ୧୯, ଆଣ୍ଡ୍ରେ ରସେଲ ୩୪, ଡେଭିଡ ଓ୍ବାଇଜ ୮ ରନ କରିଥିଲେ।

Share