Categories: ଖେଳ

ଡିସି ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଅଧିନାୟକ ଡେଭିଡ ୱାର୍ନରଙ୍କ ନେତୃତ୍ୱରେ ଡିସି ବୋଲିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା।

ଅପରପକ୍ଷରେ ଆରଆର ଟିମ୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଛି।

ଆରଆର ପକ୍ଷରୁ ଯଶସ୍ବୀ ଜୈସୱାଲ ୬୦ ରନ କରିଥିବାବେଳେ ଜୋସ୍‌ ବଟଲର ୭୯, ସିମରନ ହେଟମେୟର ୩୯ ରନ କରିଛନ୍ତି।

 

Share