Categories: ଖେଳ

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…

ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ମଧ୍ୟରେ ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଆରସିବି ଦଳ ଅଧିନାୟକ ଫାପ୍‌ ଡୁ ପ୍ଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୬ ଓ୍ବିକେଟ ହରାଇ ୧୯୯ ରନ କରିଛି। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଛି।

ଆରସିବି ପକ୍ଷରୁ ଫାପ ଡୁ ପ୍ଲେସିସ ୬୫ ରନ କରିଥିବାବେଳେ ଅନୁଜ ରାଓ୍ବତ ରନ ୬ , ଗ୍ଲେନ ମ୍ୟାକ୍ସଓ୍ବେଲ ୬୮ ରନ, ଦିନେଶ କାର୍ତ୍ତିକ ୩୦ ରନ, କେଦାର ଯାଦବ ୧୨ ରନ, ସ୍ବନେନ୍ଦୁ ହାସାରଙ୍ଗା ୧୨ ରନ କରିଥିଲେ।

Share