Categories: ଖେଳ

ଡିସି ପାଇଁ ବିଜୟ ଲକ୍ଷ୍ୟ ୨୨୪ ରନ…

ନୂଆଦିଲ୍ଲୀ,୨୦।୫ : ଆଇପିଏଲ ୨୦୨୩ର ୬୭ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ଦ(ସିଏସକେ)ମଧ୍ୟରେ ଖେଳାଯାଉଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଏସଏମ ଧୋନିଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ସିଏସକେ ଦଳ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ସିଏସକେ ଦଳ ୩ ଓ୍ବିକେଟ ହରାଇ ୨୨୩ ରନ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୨୨୪ ରନ ରହିଛି।

ସିଏସକେ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୭୯ ରନ କରିଥିବାବେଳେ ଡେଭୋନ କୋନଓ୍ବେ ୮୭ ରନ, ଶିବମ ଦୁବେ ୨୨ ରନ, ଏମଏସ ଧୋନି ୫ ରନ ,ରବିନ୍ଦ୍ର ଜାଡେଜା ୨୦ ରନ କରିଥିଲେ।

Share