Categories: ଖେଳ

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮…

ସାରଜା, ୩୦।୮ : ଏସିଆ କପ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ସାରଜାର କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ବାଂଲାଦେଶ ଅଧିନାୟକ ସକିିବ ଅଲ ହାସନଙ୍କ ନେତୃତ୍ୱରେ ବ୍ୟାଟିଂ କରିଥିଲା। ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ବାଂଲାଦେଶ ୭ ଓ୍ବିକେଟ ହରାଇ ୧୨୭ ରନ୍‌ କରିଛି। ଫଳରେ ଆଫଗାନିସ୍ତାନ ପାଇଁ ୧୨୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

Share