Categories: ଖେଳ

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୮୩…

ଚେନ୍ନାଇ,୨୩।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ଅଧିନାୟକ ଆଶଫତୁଲା ଶାହିଦିଙ୍କ ନେତୃତ୍ୱରେ ଦଳ ବୋଲିଂ କରିବା ଆରମ୍ଭ କରିଥିଲା।
ପାକିସ୍ତାନ ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୮୨ ରନ କରିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୮୩ ରନ ରହିଛି।

ପାକିସ୍ତାନ ପକ୍ଷରୁ ଅବଦୁଲ୍ଲା ଶାଫିକ ୫୮ ରନ କରିଥିବାବେଳେ ବାବର ଆଜମ ୭୪, ଶାଦାବ ଖାନ ୪୦,ଇଫତିକାର ଅହମ୍ମଦ ୪୦ ରନ କରିଥିଲେ।

Share