ଢାକା,୪।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ଢାକାର ଶେରଏ ବାଂଲା ନ୍ୟାଶନାଲ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଲିଟୋନ ଦାସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଟିମ୍ ଇଣ୍ଢିଆ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଭାରତୀୟ ଦଳ ୪୧.୨ ଓଭରରେ ଅଲଆଉଟ ହୋଇ ୧୮୬ ରନ୍ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶ ଟିମ୍ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍ ରହିଛି।
କେବଳ କେ.ଏଲ ରାହୁଲ ୭୩ ରନ୍ ସଂଗ୍ରହ କରି ଭାରତ ପାଇଁ ଭଲ ବ୍ୟାଟିଂ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ମଧ୍ୟ ସ୍କୋର କରିପାରି ନ ଥିଲେ।
ବାଂଲାଦେଶ ପାଇଁ ୩୬ ରନ୍ ଦେଇ ଶାକିବ ଅଲ ହାସନ ୫ ୱିକେଟ ନେଇଥିଲେ। ଏଥି ସହ ଇବାଦତ ହୁସେନ ୪୭ ରନ୍ ଦେଇ ୪ ୱିକେଟ ନେଇଥିଲେ।