Categories: ଖେଳ

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଟି -୨୦ ବିଶ୍ୱକପର ୨୨ତମ ମ୍ୟାଚ ଗୁରୁବାର ଖେଳାଯାଉଛି। ସିଡନୀରେ ଚାଲିଥିବା ଏହି ଗ୍ରୁପ-୨ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମାଙ୍କ ଦେତୃତ୍ୱରେ ଦଳ ବ୍ୟାଟିଂ କରିଥିଲା। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା। ଦକ୍ଷିଣ ଆଫ୍ରିକା ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ  ୨୦୬ ରନ ରହିଛି। ରିଲେ ରାସୋ ଟି-୨୦ ବିଶ୍ୱ କପର ପ୍ରଥମ ଶତକ ହାସଲ କରି ୧୦୯ ରନ କରିଥିଲେ।

Share