Categories: ଖେଳ

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ…

ମୁମ୍ବାଇ,୨୪।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା।
ଦକ୍ଷିଣ ଆଫ୍ରିକା ଧାର୍ଯ୍ୟ ୫୦ ଓଭରରେ ୫ ଓ୍ବିକେଟ ହରାଇ ୩୮୨ ରନ କରିଛି। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ ରହିଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟୋ ଡି କକ ୧୭୪ ରନ କରିଥିବାବେଳେ ଆଡେନ ମାର୍କମ ୬୦, ହେନରିଚ କ୍ଲାସେନ ୯୦, ଡେଭିଡ ମିଲର ଅପରାଜିତ ୩୪ ରନ କରିଥିଲେ।

Share