Categories: Uncategorized

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ…

ଢାକା,୧୦।୧୨ : ବାଂଲାଦେଶ ବିପକ୍ଷରେ ତୃତୀୟ ଏକଦିବସୀୟ ଭାରତୀୟ କ୍ରିକେଟର ଇଶାନ କିଶନ ଇତିହାସ ସୃଷ୍ଟି କରିଛନ୍ତି। ଏହା ସହିତ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ ରହିଛି। ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୪୦୯ ରନ କରିଛି।

ଭାରତ ପାଇଁ ଇଶାନଏକଦିବସୀୟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା ଚତୁର୍ଥ ଭାରତୀୟ ପାଲଟିଛନ୍ତି। ଇଶାନ କିଶନ ମାତ୍ର ୧୨୬ ବଲରେ ୨୦୦ ରନ ପୂରଣ କରିଛନ୍ତି। ୨୦୦ ରନ ମଧ୍ୟରେ ୨୩ ଚୌକା ଓ ୯ ଛକା ରହିଛି। ଦ୍ୱିଶତକ ହାସଲ ସହିତ ଇଶାନ କିଶାନ ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

ଭାରତ ପାଇଁ କ୍ରିକେଟରେ ଇଶାନ କିଶନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ ଏବଂ ରୋହିତ ଶର୍ମା ଦ୍ୱିଶତକ ହାସଲ କରସାରିଛନ୍ତି। ତେବେ ଇଶାନ ମାତ୍ର ୧୨୬ ବଲରେ ଦ୍ୱିଶତକ ହାସଲ କରିଥିଲେ। ୧୩୧ ବଲରେ ୨୧୦ ରନ ସ୍କୋର କରିବା ପରେ ପାଭିଲିୟନ ଫେରିଥିଲେ। ତାଙ୍କର ଇନିଂସରେ ସେ ୨୪ ଚୌକା ଓ ୧୦ ଛକା ମାରିଥିଲେ।

ଏହା ସହିତ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାର ରେକର୍ଡ ଏବେ ତାଙ୍କ ନାମରେ ରହିଛି। ପୂର୍ବତନ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଖେଳାଳି କ୍ରିସ ଗେଲଙ୍କୁ ପରେ ସେ ଏହି ମହାନ ରେକର୍ଡ ସୃଷ୍ଟି କରିଛନ୍ତି। ଗେଲ ୧୩୮ ବଲରେ ଏକ ଦ୍ୱିଶତକ ହାସଲ କରିଥିଲେ ।