Categories: ଖେଳ

ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୪୦ ରନ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ ଜିତି ସିଏସେକେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ବୋଲିଂ କରିବାକୁ ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିଲା। ଏମଆଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ଏମଆଇ ୧୩୯ ରନ କରିଛି। ଫଳରେ ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୪୦ ରନ ରହିଛି।

ଏମଆଇ ପକ୍ଷରୁ ନେହାଲ ଓ୍ବାଧେରା ୬୪ ରନ କରିଥିବାବେଳେ ସୂର୍ଯ୍ୟକୂମାର ଯାଦବ ୨୬ ରନ, ତ୍ରିସ୍ତାନ ଷ୍ଟୂବୋଟ ୨୦ ରନ କରିଥିଲେ।

Share