Categories: ଖେଳ

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ପିବିକେଏସ ଦଳ ଅଧିନାୟକ ଶିଖର ଧାଓ୍ବନଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ପିବିକେଏସ ୭ ଓ୍ବିକେଟ ହରାଇ ୧୬୭ ରନ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ ରହିଛି।
ପିକିକେଏସ ପକ୍ଷରୁ ପ୍ରଭସିମରନ ସିଂ ୧୦୩ ରନ କରିଥିବାବେଳେ ସାମ କୁରେନ ୨୦ ରନ, ସିକନ୍ଦର ରାଜା ୧୧ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ।

Share