Categories: ଖେଳ

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ…

ନୂଆଦିଲ୍ଲୀ,୬।୫ : ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ। ଟସ ଜିତି ଆରସିବି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଅଧିନାୟକ ଫାଫ ଡୁପଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ଡେଭିଡ ୱାର୍ନର ଫାଫଙ୍କ ନେତୃତ୍ୱରେ ଡିସି ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୪ ଓ୍ବିକେଟ ହରାଇ ୧୮୧ ରନ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୮୨ ରନ ରହିଛି।

ଆରସିବି ପକ୍ଷରୁ ବିରାଟ କୋହଲି ୫୫ ରନ କରିଥିବାବେଳେ ଫାଡୂ ପ୍ଲେସିସି ୪୫ ରନ, ମହିପାଲ ଲୋମର ୫୪ , ଦିନେଶ କାର୍ତ୍ତିକ ୧୧ , ଅନୁଜ ରାଓ୍ବତ ୮ ରନ କରିଥିଲେ।

Share