Categories: ଖେଳ

ଜିଟି ପାଇଁ ବିଜୟ ଲକ୍ଷ୍ୟ ରନ ୧୩୧…

ଅହମଦାବାଦ,୨।୫ : ଆଇପିଏଲ ୨୦୨୩ର ୧୬ ତମ ସିଜିନର ୪୪ ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇଥିଲା। ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଜିଟି ଟିମ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।
ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଡିସି ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୦ ରନ କରିଛି। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୩୧ ରନ ରହିଛି।
ଡିସି ପକ୍ଷରୁ ପ୍ରିୟମ ଗର୍ଗ ୧୦ ରନ କରିଥିବାବେଳେ ଅକ୍ଷର ପଟେଲ ରନ ୨୭, ଅମନ ହକିମ ଖାଁ ୫୧, ରିପଲ ପଟେଲ ୨୩ ରନ କରିଥିଲେ।

Share