Categories: ଖେଳ

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ…

ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ସିଏସକେ ଦଳ ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ସିଏସକେ ଦଳ ୭ ଓ୍ବିକେଟ ହରାଇ ୧୭୨ ରନ କରିଛି। ଫଳରେ ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ ରହିଛି।

ସିଏସକେ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୬୦ ରନ କରିଥିବାବେଳେ ଡେଭେନ କୋନଓ୍ବେ ୪୦ ରନ, ଅଜିଙ୍କ୍ୟ ରାହାଣେ ୧୭ ରନ, ଅମ୍ବାତି ରାୟଡୁ ୧୭ ରନ, ରବୀନ୍ଦ୍ର ଜାଡେଜା ୨୨ ରନ, ମୋଇନ ଅଲ୍ଲ୍ଲୀ ୯ ରନ କରିଥିଲେ।

Share