Categories: ଖେଳ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୦୯…

ରାୟପୁର,୨୧।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ନ୍ୟୁଜିଲାଣ୍ଡ ଦଳ ୩୪.୩ ଓଭରରେ ୧୦ ଓ୍ବିକେଟ ହରାଇ ୧୦୮ ରନ୍‌ କରିଛି। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୦୯ ରହିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥାମଙ୍କ ଦଳ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟ ହାସଲ କରି ସାରିଛି।

Share