Categories: ଖେଳ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ମୁହାଁମୁହିଁ ହୋଇଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୬୦ ରନ କରିଛି।

ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିକେଟ କିପର ହେଭନ କୋନଓ୍ବେ ୪୯ ବଲ୍‌ ଖେଳି ସର୍ବାଧିକ ୫୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଗ୍ଳୋନ ଫିଲିପ୍‌ ୩୩ ବଲରେ ୫୪ ରନ୍‌ କରିଥିଲେ। ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ଉଭୟ ୪ଟି ଲେଖାଏ ଓ୍ବିକେଟ ନେଇଥିଲେ। ହର୍ଶେଲ ପଟେଲଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।

Share