Categories: ଖେଳ

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୨ ରନ…

ଢାକା,୭।୧୨ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲେ।

ଟିମ୍‌ ବାଂଲାଦେଶ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୭୧ ରନ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୨ ରନ ରହିଛି। ବାଂଲାଦେଶ ପକ୍ଷରୁ ମହିଦେ ହାସନ ମିର୍ଜା ୮୭ ବଲ ଖେଳି ସର୍ବାଧିକ ୧୦୦ ରନ କରି ଅପରାଜିତ ରହିଥିଲେ। ସେହିପରି ମହମ୍ମଦୁଲା ୯୬ ବଲ ଖେଳି ୭୭ ରନ ସଂଗ୍ରହ କରିଥିଲେ।

Share