Categories: ଖେଳ

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ…

କୋଲକାତା,୨୦।୫ : ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି)ମଧ୍ୟରେ ଖେଳାଯାଉଛି। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ନୀତିଶ ରାଣାଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ଏଲଏସଜି ଦଳ ଅଧିନାୟକ କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଏଊଏସଜି ୮ ଓ୍ବିକେଟ ହରାଇ ୧୭୬ ରନ କରିଛି। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ ରହିଛି।

ଏଊଏସଜି ପକ୍ଷରୁ କ୍ୱିଟେନ ଡି କକ ୨୮ ରନ କରିଥିବାବେଳେ ପ୍ରେରକ ମଙ୍କଡ଼ ୨୬ ରନ, ନିକୋଲସ ପୂରନ ୫୮ ରନ, ଆୟୁଷ ବାଦୋନି ୨୫ ରନ ଏବଂ କ୍ରିଷ୍ଣପ୍ପା ଗୋଥମ ୧୧ ରନ କରିଥିଲେ।

Share