Categories: ଖେଳ

ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏସଆରଏଚ ଟସ ଜିତତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଆଡେମ ମାର୍କେମଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ଏଲଏସଜି ଦଳ ଅଧିନାୟକ କୃନାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ଏସଆରଏଚ ୧୮୨ ରନ କରିଛି। ଫଳରେ ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ ରହିଛି।

ଏସଆରଏଚ ପକ୍ଷରୁ ଅନମୋଲପ୍ରୀତ ସିଂ ୩୬ ରନ କରିଥିବାବେଳେ ରାହୁଲ ତ୍ରିପାଠୀ ୨୦ ରନ, ଆଡେନ ମାର୍କର୍ମ ୨୮ ରନ, ନେରିଚ କ୍ଲାସେନ ୪୭ ରନ, ଅବଦୁଲ ସମଦ ୩୭ ରନ କରିଥିଲେ।

Share