Categories: ଖେଳ

ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଏଲଏସଜି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିଟି ବ୍ୟାଟିଂ ଆରମ୍ଭ କରିଥିଲା।

ଜିଟି ଧାର୍ଯ୍ୟ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୭ ରନ କରିଛି। ଫଳରେ ଏଲଏସଜି ପାଇଁ ବିଜୟ ଲକ୍ଷ୍ୟ ୨୨୮ ରନ ରହିଛି।

ଜିଟି ପକ୍ଷରୁ ରିଦ୍ଧିମାନ ଶାହା ୮୧ ରନ କରିଥିବାବେଳେ ଶୁଭମାନ ଗିଲ ୯୪ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନ, ଡେଭିଡ ମିଲର ୨୧ ରନ କରିଥିଲେ।

Share