Categories: ଖେଳ

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ ମ୍ୟାଚ୍‌ରେ ସୋମବାର ନେଦରଲାଣ୍ଡକୁ ବାଲାଂଦେଶ ଭେଟିଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନେଦରଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା।

ନେଦରଲାଣ୍ଡ ଅଧିନାୟକ ସ୍କଟ୍‌ ଏଡଓ୍ବାର୍ଡଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା। ବାଲାଂଦେଶ ଅଧିନାୟକ ଶକିବ ଅଲ ହାସନଙ୍କ ନେତୃତ୍ୱରେ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪ ରନ୍‌ କରିଥିଲା। ଫଳରେ ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌ ରହିଛି।

Share