Categories: ଖେଳ

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ ରନ…

ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ଅଷ୍ଟମ ମ୍ୟାଚ ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା।

ଶ୍ରୀଲଙ୍କା ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୪୪ରନ କରିଛି। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ରନ ରହିଛି। ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୫୧ ରନ କରିଥିବାବେଳେ କୁଶଳ ମେଣ୍ଡିସ ୧୨୨ ରନ, ସାଦେରା ସମରବିକ୍ରମା ୧୦୮, ଧନଞ୍ଜୟ ଡି ସିଲଭା ୨୫ ରନ କରିଥିଲେ।

Share