ମୁମ୍ବାଇ,୩।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହୋଇଛି। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଏହାର ପ୍ରଥମ ମ୍ୟାଚ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ସହ ସିରିଜ ଆରମ୍ଭ କରିବାକୁ ଚାହୁଁଛି।
ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୨ ରନ କରିଛି। ଫଳରେ ଶ୍ରୀଲଙ୍କା ଟିମ୍ ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ ରହିଛି।
ଭାରତ ପକ୍ଷରୁ ଇଶାନ କିଶନ ୨୯ ବଲରେ ୩୭ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲରେ ୨୯ ରନ କରିଥିଲେ। ଦୀପକ ହୋଡା ୨୩ ବଲରେ ୪୧ ରନ ଏବଂ ଅକ୍ଷର ପଟେଲ ୨୦ ବଲରେ ୩୧ ରନ କରିଥିଲେ।