ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ ଲଢ଼େଇ ଜାରି ରହିଛି। ନ୍ୟୁଜିଲାଣ୍ଡର ଦୁଇଟି ମ୍ୟାଚରୁ ତିନୋଟି ପଏଣ୍ଟ ରହିଛି ଏବଂ ଦଳ ସୁପର -୧୨ ରାଉଣ୍ଡର ଗ୍ରୁପ -୧ ର ଶୀର୍ଷରେ ଅଛି। ଏଥି ସହିତ ଶ୍ରୀଲଙ୍କାର ଦଳ ଦୁଇଟି ମ୍ୟାଚରୁ ଦୁଇଟି ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଯଦି କିୱି ଦଳ ଏହି ମ୍ୟାଚ ଜିତେ, ତା’ହେଲେ ସେମାନେ ଶୀର୍ଷରେ ରହିବେ। ଅପରପକ୍ଷରେ ଯଦି ଶ୍ରୀଲଙ୍କା ଏହି ମ୍ୟାଚ ଜିତେ ତେବେ ଦଳ ଚାରି ସ୍ଥାନକୁ ଡେଇଁ ସିଧା ଏକ ନମ୍ବରରେ ପହଞ୍ଚିବ।
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲମସନ୍ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲେ।
ଏହି ମ୍ୟାଚ୍ରେ ଧାର୍ଯ୍ୟ ୨୦ ଓଭରରେ ନ୍ୟୁଜିଲାଣ୍ଡ ୭ ଓ୍ବିକେଟ ହରାଇ ୧୬୭ ରନ୍ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ୍ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ ୬୪ ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ।