Categories: ଖେଳ

ଶ୍ରୀଲଙ୍କା ଆଗରେ ୨୬୩ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୨୧।୧୦: ଲକ୍ଷ୍ନୌସ୍ଥିତ ଏକାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୯ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ନେଦରଲାଣ୍ଡ ନିର୍ଦ୍ଧାରିତ ୪୯.୪ ବଲ୍‌ରେ ସମସ୍ତ ଉଇକେଟ୍‌ ହରାଇ ୨୬୨ ରନ୍‌ କରିଛି। ଫଳରେ ଶ୍ରୀଲଙ୍କା ଆଗରେ ୨୬୩ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ନେଦରଲାଣ୍ଡ୍ସ।
ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିବା ନେଦରଲାଣ୍ଡ୍ସ ୯୧ ରନ୍‌ରେ ୬ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ସେବ୍ରାଣ୍ଡ ଏଙ୍ଗେଲବ୍ରେଚ ଏବଂ ଲୋଗାନ୍‌ ଭାନ୍‌ ବେକ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ସେବ୍ରାଣ୍ଡ ୮୨ ବଲ୍‌ରେ ୪ ଚଉକା ସହ ଗୋଟିଏ ଛକା ସହାୟତାରେ ୭୦ ରନ୍‌ କରିଥିବା ବେଳେ ଲୋଗାନ୍‌ ୭୪ ବଲ୍‌ରେ ଗୋଟିଏ ଚଉକା ଏବଂ ଗୋଟିଏ ଛକାରେ ୫୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ନେଦରଲାଣ୍ଡ୍ସ ୨୬୨ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share