Categories: ଖେଳ

କିସ୍‌ ପୁରୁଷ ରଗ୍‌ବୀ ଦଳ ବିଜୟୀ

ଭୁବନେଶ୍ୱର, ୩୦ା୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ୟୁନିଭର୍ସିଟିର ରଗ୍‌ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍‌ ମେନ୍‌ ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କିସ୍‌ ପୁରୁଷ ଦଳ ୨୦-୧୭ରେ ବମ୍ବେ ଜିମ୍‌ଖାନା ଦଳକୁ ହରାଇ ଦେଇଛି। ପୁରୁଷ ବିଭାଗରେ ଭାଗନେଉଥିବା ଅନ୍ୟ ଦଳଗୁଡ଼ିକ ହେଲେ ଇଣ୍ଡିଆନ ଆର୍ମି, ଏଫ୍‌ଏଚ୍‌ ହାର୍ଲେକୁଇନ୍ସ (ଜେସି), ସିସିଏଫ୍‌ସି, ଏମ୍‌ଏସ୍‌ପି, ଦିଲ୍ଲୀ ହରିକେନ୍ସ, ଦିଲ୍ଲୀ ରିବେଲ୍ସ, ସର୍ଜେଣ୍ଡ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଓ ବାଙ୍ଗାଲୋର ଆର୍‌ଏଫ୍‌ସି। ସେହିପରି ମହିଳା ପ୍ରତିଯୋଗିତାରେ ଓଡ଼ିଶା ବ୍ୟତୀତ ସିସିଏଫ୍‌ସି, ଏଫ୍‌ଏଚ୍‌ ହାର୍ଲେକୁଇନ୍ସ (ଜେସି), ଦିଲ୍ଲୀ ହରିକେନ୍ସ, ରଗ୍‌ବୀ ଓ୍ବାରିଅର୍ସ, ରୋମ୍‌ ଓ ବିହାର ଦଳ ଭାଗ ନେଇଛନ୍ତି।

Share