Categories: ଜାତୀୟ

ଛାତ୍ରୀଙ୍କୁ କଲେଜ ଗେଟ୍‌ରେ ଅଟକାଇଲେ

ବେଙ୍ଗାଲୁରୁ,୩।୨: କର୍ନାଟକ ଏକ କଲେଜରେ ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କୁ କ୍ଲାସରୁମ୍‌ରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ରାଜ୍ୟର ଏଭଳି ଘଟଣା ସାମ୍ନାକୁ ଆସିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କର୍ନାଟକର ଉଡୁପି ଜିଲାର ଉପକୂଳ ସହର କୁନ୍ଦାପୁର କଲେଜ ଅଧ୍ୟକ୍ଷଙ୍କୁ ଛାତ୍ରୀମାନେ ଗୁହାରି କରୁଥିବା ଦେଖିବାକୁ ମିଳିଛି। ହିଜାବ ପିନ୍ଧି କ୍ଲାସରେ ବସିବାକୁ କଲେଜ ଅଧ୍ୟକ୍ଷଙ୍କୁ ଛାତ୍ରୀମାନେ ଅନୁରୋଧ କରୁଛନ୍ତି। ପରୀକ୍ଷାକୁ ଆଉ ଦୁଇ ମାସ ଥିବା ବେଳେ କଲେଜ ପକ୍ଷରୁ ଏଭଳି ସମସ୍ୟା କାହିଁକି ସୃଷ୍ଟି କରୁଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବୁଧବାର କିଛି ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିଥିଲେ। ଏହା ବିରୋଧରେ ସାଫ୍ରନ ଶାଲ ପିନ୍ଧି ଆସିଥିଲେ ୧୦୦ ଛାତ୍ର। କଲେଜ ପ୍ରଶାସନ କୁନ୍ଦାପୁର ବିଧାୟକ ହାଲାଦି ଶ୍ରୀନିବାସ ଶେଟ୍ଟିଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କୁ କଲେଜ ୟୁନିଫର୍ମରେ ହିଁ କଲେଜ ଆସିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ମୁସଲିମ ଛାତ୍ରୀମାନେ ଏହାକୁ ସ୍ବୀକାର କରିବାକୁ ମନା କରି ଦେଇଥିଲେ।

Share