ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଲାପରେ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି। ଏବଂ କାର୍ଯ୍ୟର ପ୍ରଥମ ଦିନରେ ହିଁ ଆଠ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁ ସୋ କଜ ନୋଟିସ ଜାରି କରିଛନ୍ତି l ଚନ୍ଦାହାଣ୍ଡି ସରପଞ୍ଚ ସଙ୍ଘ ତରଫରୁ ମଧ୍ୟ ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସୱାଗତ କରିବା ସହଦୀର୍ଘ ଦିନ ହେଲା ଚନ୍ଦାହାଣ୍ଡି ବ୍ଲକରେ ଉନ୍ନୟନମୂଳକ କାମ ଠପ ହୋଇ ପଡ଼ିଥିବାବେଳେ ଅଞ୍ଚଳର ବିକାଶ ତଥା ସାଧାରଣ ଲୋକେ କେମିତି ସରକାରୀ ସହାୟତା ହାତ ପାହାନ୍ତରେ ପାଇ ପାରିବେ ସେ ନେଇ ପଟ୍ଟନାୟକଙ୍କୁ ସହଯୋଗ କାମନା କରିଥିଲେ। ବିଡିଓ ମଧ୍ୟ ସମସ୍ତ ସରପଞ୍ଚ ଙ୍କ ସହଯୋଗ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

ସୂଚନା ଥାଉ କି ବିଡ଼ିଓ ପଟ୍ଟନାୟକ ପୂର୍ବରୁ ଜଲାର କସାଗୁମଡା ତଥା ପଟାଙ୍ଗୀ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାମ କରି କମ ଦିନ ଭିତରେ ଲୋକଙ୍କୁ ସୁଭିଧା ଯୋଗେଇ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନାମ ଥିବା ଯୋଗୁସମସ୍ତ ସରପଞ୍ଚ ଏବଂ ଅଞ୍ଚଳ ବାସି ମଧ୍ୟ ଦୃଢ଼ ବିଶ୍ୱାସ ରଖିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଜିଲ୍ଲା ସରପଞ୍ଚ ସଭାପତି ଜଳନ୍ଧର ମାଝୀ l ଚନ୍ଦାହାଣ୍ଡି ସରପଞ୍ଚ ଗଞ୍ଜେଶ୍ବରୀ ପୂଜାରୀ, ଦୁଲଭ ପୂଜାରୀ, କୃଷ୍ଣ ଯାନୀ, ଚନ୍ଦ୍ରିକା ଧୂରୁଆ, ଚନ୍ଦ୍ରିକା ମରେଈଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ.


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନୱାଡିି କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୬ ନଂ ୱାର୍ଡ ନିମନ୍ତେ ନିଯୁକ୍ତ ଅଙ୍ଗନୱାଡିି କର୍ମୀ ଟିକିନା ମେକାପଙ୍କ ଅକାଳ ଦେହାନ୍ତ ହୋଇଛି।...

ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା: ଯୁବକଙ୍କୁ ଗିରଫ ପରେି ଜେରା

ପୁରୀ,୧୬।୩: ଶ୍ରୀମନ୍ଦିର ଭିତରେ ପଶିଲା ସ୍ପାଏ କ୍ୟାମେରା। ସ୍ପାଏ କ୍ୟାମେରାରେ ସୁଟିଂ ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ୨୬ ବର୍ଷୀୟ ଭାସ୍କର...

ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି...

ଗୁଣିଗାରେଡ଼ି ସନ୍ଦେହ: ନାବାଳକଙ୍କ ଛୁରାମାଡ଼ରେ ଜଣେ ଗୁରୁତର

ରେଢ଼ାଖୋଲ,୧୩।୧୬: ଗୁଣିଗାରେଡ଼ି ସନ୍ଦେହରେ ଛୁରାମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଚାରମାଳ ଅଞ୍ଚଳରେ। ସବୁଠୁ ବଡ଼କଥା ହେଲା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image