Categories: ଜାତୀୟ

‘ଯେମିତି ଜମ୍ମୁ-କଶ୍ମୀରରୁ ୩୭୦ ହଟିଲା, ତୁମେ ବି ହଟିବ’

ଓ୍ବାରାଙ୍ଗଲ(ତେଲେଙ୍ଗାନା),୯।୧: ଯେଉଁଭଳି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଗଲା, ଠିକ୍‌ ସେଭଳି ଅସାଦୁଦ୍ଦିନ ଓ୍ବାଇସି ଏବଂ ନିଜାମଙ୍କ ନାମକୁ ଭୁଲାଇ ଦିଆଯିବ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଓ୍ବାଇସିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

ଶିକ୍ଷକ ଏବଂ ବେକାର ଯୁବକଙ୍କ ସମର୍ଥନ ପାଇଁ ଓ୍ବାରାଙ୍ଗଲଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ଭାଜପା ନେତା ହିମନ୍ତ କହିଛନ୍ତି, ଯେଉଁ ଭଳି ୩୭୦ ଧାରା ଉଚ୍ଛେଦ କରାଗଲା ଏବଂ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ସେହିଭଳି ନିଜାମ, ଓ୍ବାଇସଙ୍କ ନାମକୁ ଭୁଲାଇ ଦିଆଯିବ। ସେ ଦିନ ଦୂର ନୁହେଁ। ଭାରତର ଇତିହାସ କହୁଛି, ବାବର, ଔରଙ୍ଗଜେବ ଓ ନିଜାମ ଅଧିକ ଦିନ ବଞ୍ଚି ପାରନ୍ତି ନାହିଁ। ନିଜାମଙ୍କ ଉତ୍ତରାଧୀକାର ପରିବର୍ତ୍ତନ ଧାରା ଆଉ ଆଗକୁ ବଢ଼ିବ ନାହିଁ। ପ୍ରତି ବଦଳରେ ଭାରତୀୟ ସଭ୍ୟତା ଉପରେ ଆଧାରିତ ଏକ ସଂସ୍କୃତି ଉତ୍ପନ୍ନ ହେବ। ମୁଁ ନିଶ୍ଚିତ ଅଛି।

Share