Advertisement

ଭିଡିଓ କଲିଂ ହେଲା କାଳ, ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଲେ ଫାର୍ମାସୀ ଛାତ୍ର

ଦେବଗଡ଼,୧୭ା୭(ଡି.ଏନ୍‌.ଏ.): ସହରସ୍ଥିତ ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନଂ. କୁଣ୍ଡରେ ଭିଡିଓ କଲିଂ କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଜଣେ ଫାର୍ମାସୀ ଛାତ୍ର ।
ସୂଚନାଯୋଗ୍ୟ, ପ୍ରଧାନପାଟ ଜଳପ୍ରପାତ ଉପରେ ଥିବା ୧ ନମ୍ବର କୁଣ୍ଡରେ ଭିଡିଓ କଲିଂ କରି ସାଙ୍ଗ ସହ କଥାବାର୍ତ୍ତା ହେଉଥିବା ବେଳେ ଖସି ପଡ଼ିବାରୁ ସହର ମଠସାହି ନିକଟସ୍ଥ ସ୍ବର୍ଗତ କ୍ରିଷ୍ଣା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ(୨୩) ପ୍ରାଣ ହରାଇଛନ୍ତି। ସେ ଆହ୍ଲାବାଦରେ ରହି ଫାର୍ମାସୀ ପଢୁଥିଲେ। ଲକ୍‌ଡାଉନ୍‌ ଯୋଗୁ ଘରକୁ ଆସିଥିଲେ। ତେବେ ଶୁଭମ୍‌ ଗୁରୁବାରଠାରୁ ନିଖୋଜ ଥିଲେ। ଶୁକବ୍ରାର ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆଜି ସକାଳେ ମୃତଦେହ ଉଦ୍ଧାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share