Categories: ଜାତୀୟ

ହିଜାବ ଆନ୍ଦୋଳନ ବେଳେ ମହିଳାଙ୍କୁ ମାଡ଼

ଗାଜିଆବାଦ,୧୬।୨: ହିଜାବ କଟକଣା ବିରୋଧରେ ଆନ୍ଦୋଳନ ବେଳେ ବୁର୍ଖା ପିନ୍ଧିଥିବା ମୁସଲିମ ମହିଳାଙ୍କୁ ପୋଲିସ କର୍ମୀ ଲାଠି ମାଡ଼ କରିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ହିଜାବ ଆନ୍ଦୋଳନର ପ୍ରଭାବ ନିର୍ବାଚନ ଚାଲିଥିବା ଏହି ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି।

ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟକୁ ସମାଲୋଚନା କରାଯାଉ ଥିବା ବେଳେ ଭିଡିଓର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେଥିରେ ଉଲ୍ଲେଖ ରହିଛି, ଗାଜିଆବାଦର ଶନି ବଜାର ରୋଡରେ ପ୍ରାୟ ୧୫ ମୁସଲିମ ମହିଳା ଆନ୍ଦୋଳନ କରୁଥିବା ଖବର ମିଳିଥିଲା। ସେମାନେ ବିନା ଅନୁମତିରେ ଆନ୍ଦୋଳନ କରୁଥିଲେ। ପୋଲିସ ପହଞ୍ଚିବା ପରେ ସେମାନେ ଆରମ୍ଭ କରିଥିଲେ ସରକାର ବିରୋଧୀ ସ୍ଲୋଗାନ। ମହିଳା କନଷ୍ଟେବଳ ବିକ୍ଷୋଭକାରୀଙ୍କୁ ତଡ଼ିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗାଳିଗୁଲଜ କରିଥିଲେ କିଛି ପୁରୁଷ ଆନ୍ଦୋଳନକାରୀ। ଜଣେ ଅଭିଯୁକ୍ତଙ୍କୁ ରଇଜ ବୋଲି ଚିହ୍ନଟ କରାଯାଇଛି।

Share