Categories: ଫୁରସତ

ବିନା ହେଲମେଟ୍‌ରେ ଦୁଇ ସାଙ୍ଗଙ୍କୁ ବସାଇ ଢଳି ଢଳି ଚଳାଉଥିଲେ ବାଇକ୍‌, ଏଭଳି ଦୁର୍ଘଟଣାର ଶିକାର ହେଲେ ଯେ…

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣାକୁ କମ୍‌ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାସତ୍ତ୍ୱେ ଦୁର୍ଘଟଣାରେ ରୋକ୍‌ ଲାଗିପାରୁନାହିଁ। ଏହାପଛର ଗୋଟିଏ କାରଣ ନିୟମର ପାଳନ ନ କରିବା। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଯାନବାହନ ଚଳାଚଳ ଲାଗି ଥିବା ନିୟମକୁ ଫୁ’ କରି ବାଇକ୍‌ ଚଳାଉଥିବା ଦେଖିବାକୁ ମିଳୁଛି। ହେଲେ କିଛି ସେକେଣ୍ଡ ପରେ ତାଙ୍କ ସହ ଏଭଳି କିଛି ହେଉଛି ଯାହାକୁ ଦେଖିଲେ ହୋସ୍‌ ଉଡିଯିବ।
ଭାଇରାଲ ଭିଡିଓରେ ଦେଖିପାରିବେ କି ଜଣେ ବ୍ୟକ୍ତି ଦ୍ରୁତ ଗତିରେ ରାସ୍ତାରେ ଗାଡ଼ି ଚଳାଉଛନ୍ତି। ସେ ହେଲମେଟ୍‌ ବି ପିନ୍ଧି ନାହାନ୍ତି। ଏହାଛଡ଼ା ଗାଡ଼ି ପଛରେ ଆଉ ଦୁଇ ବନ୍ଧୁଙ୍କୁ ବସାଇଛନ୍ତି। ସେମାନେ ମଧ୍ୟ ଅନୁରୂପ ଭାବେ ହେଲମେଟ ପିନ୍ଧିନାହାନ୍ତି। ଗାଡ଼ି ଚଳାଉଥିବା ସମୟରେ ତାଙ୍କର ଖାମଖିଆଲି ସ୍ବଭାବ ଯୋଗୁ ବାଇକ୍‌ର ସନ୍ତୁଳନ ସେ ହରାଇ ବସୁଛନ୍ତି। ଶେଷରେ ୩ଜଣ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।
ଭାଇରାଲ ଭିଡିଓଟି କୋଲକାତାର ବୋଲି କୁହାଯାଉଛି। ବିଧାନନଗର ଥାନା ପୋଲିସ ‘ଏକ୍ସ’ରେ ଏହାକୁ ଶେୟାର କରିଛି। ଏହା ପରଠାରୁ ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share