Posted inଫୁରସତ

Video: ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଏମିତି କାମ କଲେ ଫେସ୍‌ବୁ୍‌କ ମାଲିକ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବୈବାହିକ ଜୀବନରେ ଖୁସି ରହିବାର ମୂଳ ଆଧାର ହେଉଛି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପରସ୍ପର ବୁଝମଣା। ଏହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ବଡ଼ ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ସମ୍ପର୍କିତ ଏକ ଭିଡିଓ ଆଜିକାଲି ଚର୍ଚ୍ଚାରେ ଅଛି। ମେଟା ତଥା ଫେସ୍‌ବୁ୍‌କର ମାଲିକ ନିଜ ସ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ଖୁସି କରିବା ପାଇଁ ଏପରି କିଛି କରିଥିଲେ, ଯାହାର ଭିଡିଓ ସାରା ବିଶ୍ୱରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ, ଜୁକରବର୍ଗ ତାଙ୍କ ସ୍ତ୍ରୀଙ୍କୁ ଏକ ବିଶେଷ ସରପ୍ରାଇଜ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେଖିପାରିବେ, ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ, ଜୁକରବର୍ଗ ଉତ୍ସାହୀ ଭାବରେ ଜନ୍ମଦିନ ପାର୍ଟିରେ ପ୍ରବେଶ କରିଛନ୍ତି। ଏହା ପରେ, ସେ ଚମତ୍କାର ଢଙ୍ଗରେ ନିଜ ଡ୍ରେସ୍‌ ଓହ୍ଲାଇ ଥିଲେ। ଏହା କରି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଜୁକରବର୍ଗ ଏକ ନୀଳ ଜମ୍ପସୁଟ ପିନ୍ଧିଥିଲେ। ଏହା ବ୍ୟତୀତ ସେ ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଗୀତ ମଧ୍ୟ ଗାଇଥିଲେ। ଏହି କ୍ଲିପ ଦେଖି ବୁଝି ହେଉଛି ଯେ ତାଙ୍କ ସ୍ତ୍ରୀ ଏହି ସରପ୍ରାଇଜ୍‌ରେ ବହୁତ ଖୁସି ନଜର ଆସୁଛନ୍ତି।
ଜୁକରବର୍ଗ ତାଙ୍କ ଇନଷ୍ଟାରେ ଏହି ଭିଡିଓଟି ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି। ଏହି କ୍ଲିପ୍‌କୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି, କିନ୍ତୁ କୋଟି କୋଟି ଲୋକ ଏହି ଭିଡିଓ ଦେଖିସାରିଛନ୍ତି।

 

View this post on Instagram

 

A post shared by Mark Zuckerberg (@zuck)


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri