ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ ହେଲେ, ପରୋକ୍ଷରେ ଏହା କେତେକ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ସବୁବେଳେ ଭିଡିଓ ଗେମ୍‌ ଖେଳିବା ଦ୍ୱାରା ସଂପୃ୍‌କ୍ତ ବ୍ୟକ୍ତିଙ୍କର ଜୀବନଶୈଳୀ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ଦୈନନ୍ଦିନ ଜୀବନଶୈଳୀ ଓ ଭିଡିଓ ଗେମ୍‌’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ଟୋକିଓର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ପ୍ରାୟ ପ୍ରତିଦିନ ଅଧିକାଂଶ ସମୟ ଭିଡିଓ ଗେମ୍‌ ଖେଳୁଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହି ସମୟରେ ଏହାର ପ୍ରଭାବ ସେମାନଙ୍କର ଜୀବନଶୈଳୀ ଉପରେ କିପରି ପଡୁଛି ତାହାକୁ ତର୍ଜମା କରାଯାଇଥିଲା। ପରିଶେଷରେ ଜଣାପଡ଼ିଥିଲା ଯେ, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦% ବ୍ୟକ୍ତିଙ୍କର ଜୀବନଶୈଳୀ ଅଧିକାଂଶ ସମୟ ଭିଡିଓ ଗେମ୍‌ ଖେଳିବା ଦ୍ୱାରା ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Health Tips: ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏହି ୯ ପ୍ରକାରର ଜୁସ୍‌, ପ୍ରତିଦିନ ପିଇଲେ ମିଳିବ ଲାଭ

ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ ୧.୨୮...

ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍‌

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ...

ସ୍ବାସ୍ଥ୍ୟୋପକାରୀ କଳା ଚାଉଳ

କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍‌’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍‌ ଏସିଡ୍‌ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

କଖାରୁଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ହାର୍ଟ ଆଟାକ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ହାର୍ଟ ଆଟାକ୍‌ ବା ହୃଦରୋଗର ଆଶଙ୍କା ବୃଦ୍ଧି ପାଇଛି। ହାର୍ଟ ଆଟାକ୍‌  ଯାହାକୁ କାର୍ଡିଆକ ଆରେଷ୍ଟ ମଧ୍ୟ...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image